ଅଗ୍ନିକାଣ୍ଡରେ ପେପର ପ୍ଲେଟ୍ କାରଖାନା ପୋଡି ପାଉଁଶ

0
394
fire in raygada

ରାୟଗଡା: ରାୟଗଡା ରାୟକୋଲନୀରେ ଥିବା ଏକ ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାଇ, କାରଖାନାରେ ପେପର ପ୍ଲେଟ୍ ନିର୍ମ।ଣ କରାଯାଉଥିଲା । ତେବେ ପ୍ଲେଟ୍ ନିର୍ମ।ଣ ପାଇଁ ଯେଉଁ ପେପର ରଖାଯାଇଥିଲା ସେଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ କାରଖାନାରେ ଥିବା ସମସ୍ତ ପେପର ପ୍ଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣରୂପେ ପୋଡ଼ି ନଷ୍ଟ ହୋଇଯାଇଛି । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ।