ଅଗ୍ନିକାଣ୍ଡରେ ୪ବଖରା ଭସ୍ମୀଭୂତ

0
378

ବାଲେଶ୍ୱର: ସୋର ମ୍ୟୁନିସିପାଲଟି ୧୮ନଂ ଓାର୍ଡ ମୋହନପୁର ଗ୍ରାମର ନିଆଁ ଲାଗି ଚାରି ବଖରା ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ପୋଡି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଅଘଟଣ ଘଟିଥିଲା। ଖବର ପାଇବା ପରେ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ସୁନା ଗହଣା, ଧାନ ଚାଉଳ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ତିନୋଟି ଛେଳି ଓ ପାଞ୍ଚଟି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।