ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

0
352

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତର୍ଗତ ତେନ୍ତୁଳିଆପଡ଼ାରେ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ଗାଁରେ ଥିବା ରାଜେଶ ଘଡେଇଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହି ନିଆଁ ରାଜେଶଙ୍କ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ୬ ବଖରା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏପରିକି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ଅଗ୍ନିକାଣ୍ଡ ଖବର ପାଇଁ ଖଇରା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।