ଅନୁଗୋଳ: ଟ୍ରେନରୁ ଖସି ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତୁ

0
76

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା। ସୂଚନା ଅନୁଯାଇ, ସେ ଅନୁଗୋଳସ୍ଥିତ ତାଙ୍କ ବଡ ପୁଅଙ୍କ ବାସଭବନରେ ରହୁଥିଲେ। ରବିବାର ଦିନ ଅପରାହ୍ନରେ ସେ ଏକ ଟ୍ରେନ ଯୋଗେ ପୁରୀ ଅଭିମୁଖେ ଯାଉଥିବାବେଳେ ବଅଁରପାଳ ନିକଟସ୍ଥ ବଳରାମପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଟ୍ରେନରୁ ଖସିପଡିଥିଲେ। କୌଣସି କାରଣରୁ ଘରୁ ପଳାଇଯାଇଥିବାବେଳେ ତାଙ୍କୁ ପରିବାର ଲୋକେ ଖୋଜାଖୋଜି ମଧ୍ୟ କରୁଥିଲେ। ସୋମବାର ସକାଳେ ବଳରାମପ୍ରସାଦ ରେଳଧାରଣାରେ ନିକଟରେ ତାଙ୍କର ଶବ ପଡିଥିବା ଅଞ୍ଚଳବାସୀ ଦେଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।