ଅମାନୁଷିକ ଭାବେ ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିଲେ ଗ୍ରାହକ

0
390
man-throws-hot-oil-on-shopkeeper

ନୟାଗଡ଼: ନୟାଗଡ଼ ଜିଲ୍ଲାର ବକଳବନ୍ଧ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏପରି ଘଟଣା ଘଟିଛି ବକଳବନ୍ଧ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଏକ ଛୋଟିଆ ଜଳଖିଆ ଦୋକାନରେ । ଆଜି ସକାଳେ ଗାଁର ଯୁଗଳ ବରାଦ ନାମକ ବ୍ୟକ୍ତି ଚାହା ପିଇବା ପାଇଁ ଦୋକାନକୁ ଆସିଥିଲେ। ଦୋକାନରେ ଗହଳି ଥିବାରୁ ତାଙ୍କୁ ଚାହା ଦେବାରେ କୃଷ୍ଣ ଟିକେ ବିଳମ୍ବ କରିଥିଲେ। ଏଥିରେ ଉତକ୍ଷିପ୍ତ ଯୁଗଳ ତାଙ୍କ ସହ ଝଗଡ଼ା କରିଥିଲେ ଓ ତା’ସହିତ ଦୋକାନରେ ଭଙ୍ଗାରୁଜା କରିଥିଲେ। ଏତିକିରେରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ନିକଟରେ ଥିବା କଡ଼େଇ ଉଠାଇ ସେଥିରେ ଥିବା ଗରମ ତେଲକୁ କୃଷ୍ଣଙ୍କ ଉପରକୁ ଫୋପାଡ଼ି ଦେଇଥିଲେ। ଗୁରତର ଅବସ୍ଥାରେ ଦୋକାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି।ସୂଚନା ଯୋଗ୍ୟ, ପରିବାର ଲୋକେ କୃଷ୍ଣଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ୪୫ ଭାଗ ପୋଡ଼ି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।