ଅମୃତସର: ବୋମା ବିସ୍ଫୋରଣ,୩ ମୃତ ୧୫ ଆହତ

0
380

ପଞ୍ଜାବ: ଅମୃତସରର ନିରଙ୍କାରୀ ଭବନରେ ବିସ୍ଫୋରଣ ଘଟିଛି। ରବିବାର ପ୍ରାୟ ୧୨ଟାବେଳେ ବିସ୍ଫୋରଣ ଘଟିଛି। ସୂଚନା ଅନୁଯାଇ, ବିସ୍ଫୋରଣବେଳେ ନିରଙ୍କାରୀ ଭବନରେ ସତସଙ୍ଗ ଚାଲିଥିଲା। ଏତିକିବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ପକାଇ ଫେରାର ହୋଇଯାଇଥିଲେ। ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି।