ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ

0
433

ଜୟପୁର: ପଶ୍ଚିମ ଓଡିଶା ପରେ ଏବେ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ଜୋର ଧରିଛି। ଜୟପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମଙ୍ଗଳବାର ଠାରୁ ୧୫ଦିନ ଧରି ଜୟପୁର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ। ୧୫ ଦିନ ପାଇଁ କୋର୍ଟ ବର୍ଜନ କରିବେ ଓକିଲ ସଂଘ। ଦାବି ପୁରଣ ନହେଲେ ଆସନ୍ତା ୧୮ ତାରିଖ ଦିନ ଜୟପୁର ବନ୍ଦ ଡାକରା ଦେବାକୁ ନିଷ୍ପତ୍ତି ନେଇଛି ଓକିଲ ସଂଘ। ଗତ ମାସରେ ମଧ୍ୟ ଏହି ଦାବିରେ ଆଇନଜୀବୀମାନେ ଜୟପୁରରେ ଧାରଣାରେ ବସିଥିଲେ।