ଆଜିଠୁ ହକି ବିଶ୍ୱକପର ଉଦ୍‌ଘାଟନ ପାଇଁ ଅନ୍‌ଲାଇନରେ ଟିକେଟ୍ ବିକ୍ରି

0
392
online ticket sale today for opneing ceremony of hockey

ଭୁବନେଶ୍ୱର: ହକି ବିଶ୍ୱକପର ବହୁ ପ୍ରତୀକ୍ଷିତ ଉଦଘାଟନୀ ଉତ୍ସବ ଲାଗି ଟିକେଟ୍ ବିକ୍ରି ଆରମ୍ଭ ହେବ। ମଙ୍ଗଳବାର ଅପରାହ୍ନ ୧୨ରୁ କେବଳ ଅନ୍ ଲାଇନରେ ହିଁ ଏହି ଟିକେଟ ବିକ୍ରି କରାଯିବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ସହ, ୨୮ ତାରିଖରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏଆର ରହମାନ ସୋ ଲାଗି ମଧ୍ୟ ଏକାବେଳକେ ଟିକେଟ୍ ବିକ୍ରି ହେବ। ହକି ପ୍ରେମୀ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ଟିକେଟ୍ ଜେନିର ୱେବସାଇଟ୍ www.ticketgenie.in କୁ ଯାଇ ଟିକେଟ୍ କିଣି ପାରିବେ। ଅନଲାଇନରେ ବୁକ୍ କରିଥିବା ଟିକେଟର ପ୍ରିଣ୍ଟ୍ ସହିତ ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ସେମାନେ ୨୨ ତାରିଖ ଅପରାହ୍ନ ୩ଟାରୁ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ଖୋଲା ଯାଇଥିବା ସ୍ବତନ୍ତ୍ର କାଉଣ୍ଟରରୁ ଅସଲ ଟିକେଟ୍ ସଂଗ୍ରହ କରିପାରିବେ।