ଆଜି କଟକ ବାରବାଟୀ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍‌ଘାଟନୀ ଉତ୍ସବ

0
385

ଭୁବନେଶ୍ୱର: ଆଜି କଟକ ବାରବାଟୀ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍‌ଘାଟନୀ ଉତ୍ସବ। ଏହି ଉତ୍ସବରେ ବଲିଉଡ୍‌ର ଦବଙ୍ଗ ଖାନ୍ ସଲମାନ୍‌ ଖାନ୍ ଯୋଗ ଦେବେ। ଏଥିସହ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ସଂଗୀତ ପରିବେଷଣ କରିବେ। ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ସେଲିବ୍ରେସନ୍‌ ପାଇଁ କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଲୋକମାନଙ୍କର ସୁରକ୍ଷା ନିମନ୍ତେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ଶହ ଅଫିସର ନିୟୋଜିତ ହେବେ।