ଆଜି ବାଙ୍ଗାଲୁରୁର ଷ୍ଟାର ହୋଟେଲରେ ଦୀପିକା-ରଣବୀରଙ୍କ ୱେଡିଙ୍ଗ ରିସେପସନ୍

0
373

ଆଜି ବାଙ୍ଗାଲୁରୁର ଷ୍ଟାର ହୋଟେଲରେ ଦୀପିକା-ରଣବୀରଙ୍କ ୱେଡିଙ୍ଗ ରିସେପସନ୍ ପାର୍ଟି ଆୟୋଜନ ହୋଇଛି । ଏହି ପାର୍ଟି ଦୀପିକାଙ୍କ ପରିବାର ପକ୍ଷରୁ ରଖାଯାଇଥିବା ଜଣାପଡିଛି । ଉଭୟଙ୍କୁ ସ୍ୱାଗତ କରିବା ପାଇଁ ଦୀପିକାଙ୍କ ଘର ଖୁବ ସାଜସଜା ହୋଇଥିଲା । ସୂଚନା ଅନୁଯାୟୀ, ଆଜିର ପାର୍ଟିରେ କେବଳ ଦୀପିକାଙ୍କ ସମ୍ପର୍କୀୟ, ତାଙ୍କ ପରିବାରର ସମ୍ପର୍କୀୟ ଓ ସାଙ୍ଗସାଥୀ ସାମିଲ ହେବେ । ୨୮ ତାରିଖରେ ମୁମ୍ବାଇରେ ଆଉ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ରଖାଯାଇଛି । ଯେଉଁଥିରେ କେବଳ ବଲିଉଡ ଷ୍ଟାର ହିଁ ସାମିଲ ହେବେ ।