ଆଜି ବିଶ୍ୱ ଏଡସ୍ ଦିବସ

0
64
Today World Aids day

ଆଜି ବିଶ୍ୱ ଏଡସ ଦିବସ । ୧୯୮୮ ଡିସେମ୍ବର ୧ ତାରିଖରୁ ପ୍ରତି ବର୍ଷ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଉଛି । ବିଶ୍ୱ ଏଡସ ଦିବସ ୨୦୧୮ର ବାର୍ତା ହେଉଛି ନିଜେ ଅବସ୍ଥାକୁ ଜଣା, ଏଚଆଇଭି ପରୀକ୍ଷା, ଚିକିତ୍ସା ପଦ୍ଧତି ତଥା ସଂକ୍ରମିତ ବ୍ୟକ୍ତିଙ୍କୁ ନ୍ଖକ୍ସ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ସଚେତନ କରାଇବା ଏହି ବାର୍ତାର ମୁଖ୍ୟ ଲକ୍ଷ୍ୟ। ଏଡସ( ଆକ୍ୱାର୍ଡ ଇମ୍ୟୁନ ଡେଫିସିଏନ୍ସି ସିଣ୍ଡ୍ରୋମ) ଏବେ ବିଶ୍ୱର ସବୁଠାରୁ ବଡ ସମସ୍ୟା ଅଦ୍ୟାବିଧି ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରୁନାହିଁ। ଗ୍ଲୋବାଲ ଏଚଆଇଭି ଆଣ୍ଡ ଷ୍ଟାଟିଷ୍ଟିକ୍ସର ରିପୋର୍ଟ ଅନୁସାରେ, ୨୦୧୭ ସୁଦ୍ଧା ସାରା ବିଶ୍ୱରେ ୩ କୋଟି ୫୪ ଲକ୍ଷ ମଣିଷ ଏଡସ ଦ୍ୱାରା ପ୍ରାଣ ହରାଇଛନ୍ତି। ଏବେ ବଚିଂଥିବା ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩ କୋଟି ୬୯ଲକ୍ଷ । ତନ୍ମଧ୍ୟରୁ ୧୮ ଲକ୍ଷ ଶିଶୁ। ଏମାନଙ୍କ ବୟସ ୧୫ ବର୍ଷରୁ କମ୍। କେବଳ ୨୦୧୭ରେ ଅଠର ଲକ୍ଷ ବ୍ୟକ୍ତିଙ୍କୁ ନୂତନ ଏଚଆଇଭି ରୋଗୀ ଭାବେ ଚିହ୍ନଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ବିଶ୍ୱର ଏଡସ ବହୁଳ ଦେଶ। ଭାରତର ସ୍ଥାନ ତୃତୀୟ ଏବଂ ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏକୋଇଶ ଲକ୍ଷ୍ୟ । ସୁଖର କଥା ହେଉଛି,କ୍ରମାଗତ ଉଦ୍ୟମ ଓ ସଚେତନାମୂଳକ ପଦକ୍ଷେପ ଯୋଗ୍ୟୁ ଏହି ରୋଗ ବ୍ୟାପିବାର ହାର କମିଛି। ସଚେତନତା ହିଁ ଏଡସ କବଳରୁ ବର୍ତିବାର ଏକମାତ୍ର ଉପାୟ। ଉଲ୍ଲେଖ ଯୋଗ୍ୟ,ସର୍ବପ୍ରଥମେ ଉତର ଆମେରିକାରେ ୧୯୮୧ରେ ଏଚଆଭି ଭୂତାଣୁ ଚିହ୍ନଟ ହୋଇଥିଲା ।