ଆଜି ବିଶ୍ୱ ଦର୍ଶନଶାସ୍ତ୍ର ଦିବସ

0
456
world philosophy day

ଆଜି ବିଶ୍ୱ ଦର୍ଶନଶାସ୍ତ୍ର ଦିବସ। ୨୦୦୨ ରୁ ୟୁନେସ୍କୋ ଆନୁକୂଲ୍ୟରେ ପ୍ରତି ବର୍ଷ ନଭେମ୍ବର ମଙ୍କସର ତ୍ୟତୀୟ ଗୁରୁବାର ଦିନ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ସେହି ସମସ୍ତ ଦାର୍ଶନିକମାନଙ୍କ ସମ୍ମାନର୍ଥେ ପାଳନ କରାଯାଉଛି,ଯେଉଁ ମାନେ ସାରା ବିଶ୍ୱର ମଙ୍ଗଳ ପାଇଁ ମହତ ବାଣୀର ପ୍ରଚାର କରିଛନ୍ତି। ଅସ୍ପଷ୍ଟକୁ ବାଖ୍ୟା ମାଧ୍ୟମରେ ସ୍ପଷ୍ଟ କରିବା ,ଦର୍ଶନାଶାସ୍ତ୍ର। ଏହାର ତିନୋଟି ମୁ୍ଖ୍ୟ ବିଷୟ- ବାହ୍ୟ ଜଗତ,ଚେତନ ଆତ୍ମା ଓ ପରମାତ୍ମା । ତର୍କ ଓ ନିତୀ ଏହାର ପ୍ରମୁଖ ଅଙ୍ଗ। ତର୍କ-ଆତ୍ମା ଚିନ୍ତନ ପାଇଁ ଏବଂ ନିତୀ- ଜୀବନକୁ ବ୍ୟବସ୍ଥିତ କରିବା ପାଇଁ ଅନୁପ୍ରାଣିତ କରେ। ଦଶନଶାସ୍ତ୍ର ସ୍ୱାଧିନ ଚିନ୍ତା ଜାଗ୍ରତ କରିଥାଏ। ଏହା ସତ୍ୟ ଓ ଜ୍ଞାନର ଅନ୍ୱେଷଣକାରୀ। ଏହା ତର୍କପୂର୍ଣ୍ଣ ଓ ବିଦ୍ଧିପୂର୍ବକ ଓ କ୍ରମବଦ୍ଧ ବିଚାରର କଳା । ଅନୁଭବ ଓ ପରିସ୍ଥିତି ଅନୁଯାୟୀ,ଏହାର ଜନ୍ମ। ଏହି କାରଶରୁ ସଂସାରର ଭିନ୍ନ ବ୍ୟକ୍ତି ,ଭିନ୍ନ ଭିନ୍ନ ସମୟରେ ,ସମ୍ମକାଳୀନ ପରିସ୍ଥିତି ଅନୁଯାୟୀ ନିଜ ନିଜର ଜୀବନ ଦର୍ଶନର ପ୍ରଚାର କରିଛନ୍ତି। ଭାରତୀୟ ଦର୍ଶନର ଇତିହାସ ବହୁ ପ୍ରାଚୀନ। ଏହା ଦ୍ୱାରା ବିଦେଶୀମାନେ ବି କେଉଁ ପୁରୁଣା କାଳରୁ ଅନୁପ୍ରାଣିତ।