ଆଜି ବି ଫେଲ୍‌ ମାରିଲା କ୍ରାଇମବ୍ରାଞ୍ଚ

0
267
crime branch fails to submit charge city

କଟକ: ପୁଲିସ-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବାର ଥିଲା। ଚାର୍ଜସିଟ୍ ଦାଖଲ ହୋଇପାରି ନ ଥିବାରୁ ମାମଲାର ଶୁଣାଣିକୁ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି। ଏହାସହ କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିବାଦୀୟ ସ୍ଥିତିକୁ ନେଇ ଆଲୋଚନା ପାଇଁ ଆଜି ଅପରାହ୍ନରେ ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକ ଡାକିଛି। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବାକୁ ଥିଲା। ହେଲେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିପାରି ନଥିଲା। ଏଥିପାଇଁ ୬ ସପ୍ତାହ ସମୟ ମାଗିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ସହ ଆଜି ପାଇଁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ବି ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ।