ଆଜି ରିଲିଜ୍‌ ହେବ ‘କେଦାରନାଥ୍‌’

0
88

ମୁମ୍ବାଇ: : ଶୁକ୍ର ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ୍‌’ ରିଲିଜ୍‌ ହେଉଛି । ଏହି ସିନେମାରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ। ତେବେ ‘କେଦାରନାଥ’ରିଲିଜ୍‌ ହେବା ଆଗରୁ ବିବାଦରେ ଫସି ଥିଲା । ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁ-ମୁସଲିମ୍‌ ନାୟକ-ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଛି। ଏହି କାରଣରୁ ‘କେଦାରନାଥ୍‌’ର ଟାଇଟଲ ବଦଳାଯାଉ ବୋଲି ଦାବି ହୋଇଥିଲା , ସେ ଯାହା ହେଉନା କାହିଁକି ‘କେଦାରନାଥ୍‌’ ରିଲିଜ୍‌ ହେଉଛି ।