ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କନ୍ନଡ ସୁପରଷ୍ଟାର ଅମ୍ବରୀଶ

0
389
amburish passes away
amburish passes away

ବେଙ୍ଗଲୁରୁ : କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାଲାଭାଲି ହୁଚେଚେ ଗୌଡା ଅମରନାଥଙ୍କ ଶନିବାର ରାତିରେ ପରଲୋକ ଘଟିଛି। ସେ କନ୍ନଡ ସିନେ ଜଗତରେ ଅମ୍ବରୀଶ ନାମରେ ପରିଚିତ ଥିଲେ। ମୃତ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। କନ୍ନଡ ସୁପରଷ୍ଟାର ଅମ୍ବରୀଶ ଗତ କିଛି ମାସ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସେ ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅମ୍ବରୀଶ ତେଲୁଗୁ ,ହିନ୍ଦୀ ଓ କନ୍ନଡ ଭାଷାର ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।