ଉଗାଣ୍ଡାରେ ନୌକବୁଡି ୩୦ ମୃତ

0
376
uganda boat accident

କାମପାଲା : ଉଗାଣ୍ଡାର ରାଜଧାନୀ କାମପାଲାରେ ନିକଟରେ ଥିବା ଭିକ୍ଟୋରିଆ ହ୍ରଦରେ ଏକ ନୌକା ବୁଡି ଯିବାରୁ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ବିବିସିର ସୂଚନା ଅନୁଯାୟୀ, ଲୋକମାନଙ୍କୁ ପରିବାହନରେ ବ୍ୟବହୃତ ଏକ ବଡ କ୍ରୁଜ୍‌ ନୌକା ବୁଡିଯାଇଛି । ସୂଚନା ଯୋଗ୍ୟ, ଏଥିରେ ୧୦୦ରୁ ଅଧିକ ଲୋକ ଥିଲେ। ୪୦ଜଣଙ୍କୁ ଉଗାଣ୍ଡାର ମାରାଇନ୍‌ ଫୋର୍ସେସ୍‌ ସଦସ୍ୟମାନେ ଉଦ୍ଧାର କରିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଭିକ୍ଟୋରିଆ ହ୍ରଦରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି। ନୌକାମାନଙ୍କରେ ଆବଶ୍ୟକତାରୁ ଅଧିକ ଲୋକ ଯାତାୟତ କରୁଥିବାରୁ ଏପରି ଘଟଣା ଘଟୁଛି ।