ଏଟିଏମ ତାଡ଼ି ଲୁଟି ନେଲେ ଟଙ୍କା

0
253
atm loot at khurda
atm loot at khurda

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତୁଲସୀପୁର ଛକ ବଜାରଠାରେ ଥିବା ଏକ ଏଟିଏମକୁ ତାଡ଼ି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବେଗୁନିଆ ଥାନା ପୋଡ଼ାଡିହି ପଞ୍ଚାୟତର ତୁଲସୀପୁର ଛକ ବଜାର ଉପରେ ଥିବା ଏକ ଏଟିଏମକୁ ତାଡ଼ି ଦେଇଥିବା ସୋମବାର ସକାଳେ ଜଣାପଡ଼ିଥିଲା। ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଗତ ସପ୍ତାହରେ ମଧ୍ୟ ଖୋର୍ଦ୍ଧା ଥାନା ବାଘମାରୀ ବଜାର ଉପରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମକୁ ଦୁର୍ବୃତ୍ତମାନେ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ଘଟଣାରେ ପୁଲିସ କାହାକୁ ଗିରଫ କରିନଥିବାରୁ ଦୁର୍ବୃତ୍ତମାନେ ବାରମ୍ବାର ଏପରି ଏଟିଏମ ଲୁଟ୍‌ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।