ଏଲନ୍‌ ମସ୍କ ଯିବେ ମଙ୍ଗଳକୁ

0
371
elon musk will go to mars

ଓ୍ବାଶିଟନ୍‌:ସ୍ପେସେକ୍ସ ସିଇଓ ଏଲନ୍‌ ମସ୍କ ମଙ୍ଗଳ ଗ୍ରହକୁ ଯିବା ୭୦% ସମ୍ଭାବନା ଅଛି। ସେ ମଙ୍ଗଳ ଗ୍ରହକୁ ଯିବା ବାଟରେ କିମ୍ବା ମଙ୍ଗଳରେ ଅବତରଣ କରିବାପରେ ଯଦି ମୃତ୍ୟୁବରଣ କରନ୍ତି ତାହା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ,ମସ୍କ ଏକ ସାକ୍ଷାତକାରରେ କହିଛନ୍ତି, ସେ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ପାଇଁ ଅତ୍ୟନ୍ତ ଉତ୍ସାହିତ। ସେଠାରେ ସେ ଏକ ନୂଆ ଦୁନିଆ ଦେଖିବାକୁ ପାଇବେ। ଏହି ଭାବନାରେ ତାଙ୍କର ଆନନ୍ଦ କହିଲେ ନ ସରେ। ମଙ୍ଗଳ ଅଭିଯାନ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସେ ଜାଣନ୍ତି। ସେ ପୃଥିବୀ ଅପେକ୍ଷା ମଙ୍ଗଳରେ ମରିବାକୁ ସେ ଭଲ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି। ମାଉଣ୍ଟ ଏଭେରଷ୍ଟ ଆରୋହଣ କରିବା ବେଳେ କେତେଜଣ ଲୋକ ମୃତ୍ୟୁବରଣ କରନ୍ତି। ତଥାପି ମଣିଷ ଦୁଃସାହସିକ ଚ୍ୟାଲେଞ୍ଜ୍‌ ଛାଡିଦେଇ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।