ଏୟାର୍‌ ଇଣ୍ଡିଆ ବିମାନରେ ୧୭୯ ଯାତ୍ରୀ ଥିବା ଷ୍ଟକ୍‌ହୋମ୍‌ ବିମାନବନ୍ଦର କୋଠାକୁ ଧକ୍କା

0
378
air-india-plane-with-179-passengers-hits-building-at-stockholm-airport

ଷ୍ଟକ୍‌ହୋମ୍‌: ଷ୍ଟକ୍‌ହୋମ୍‌ର ଆର୍‌ଲାଣ୍ଡା ବିମାନ ବନ୍ଦରର ଫାଟକ ଆଡ଼କୁ ଧୀରେ ଧୀରେ ଗଡୁଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ବୁଧବାର ୧୭୯ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ବିମାନର ଡେଣାର ଅଗ୍ରଭାଗ ଗୋଟାଏ କୋଠାରେ ଧକ୍କା ଖାଇଛି ବୋଲି ପୁଲିସ କହିଛି। ସୂଚନା ଯୋଗ୍ୟ,ଏଥିରେ କେହି ମୃତାହତ ହୋଇନାହାନ୍ତି। ପୁଲିସ ଏକ ବିବୃତିରେ ଲେଖିଛି: ୧୭୯ ଜଣ ଯାତ୍ରୀଙ୍କୁ ଗୋଟାଏ ଅସ୍ଥାୟୀ ଶିଡ଼ିରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯିବା ପରେ ଟର୍ମିନାଲ୍‌କୁ ପ୍ରବେଶ କରାଇ ଦିଆଯାଇଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ପୋଲିସ କହିଛି।