କଂଗ୍ରେସର ମିଶ୍ରଣପର୍ବରେ ଅନ୍ୟ ଦଳର ନାରୀନେତ୍ରୀଙ୍କ ଯୋଗଦାନକୁ ନିରଞ୍ଜନଙ୍କ ସ୍ୱାଗତ

0
295

ଆଜି ମହିଳା କଂଗ୍ରେସ କମିଟି ସଭାପତି ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡ଼ିର
ପୂର୍ବତନ ନାରୀନେତ୍ରୀ ରଞ୍ଜିତା ରାଉତ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦିକା ନିରୁପମା ଦାସ, ରାଜ୍ୟ ସମାଜ ମଙ୍ଗଳ ପରିଷଦର ପୂର୍ବତନ ସଦସ୍ୟା ମଞ୍ଜୁ ନାୟକ, ନାରୀନେତ୍ରୀ ମଧୁମିତା ରଥ ଏବଂ ସମାଜସେବୀ ସଂଗୀତା ମଲ୍ଲିକଙ୍କ ସମେତ ସେମାନଙ୍କର ସମର୍ଥକମାନେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନାରୀନେତ୍ରୀମାନଙ୍କର ଯୋଗଦାନରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ମନୋଜ ରାଉତ, ସନ୍ତୋଷ ନନ୍ଦ, ଭାସ୍କର ମହାନ୍ତି ଅତିଥି ଭାବେ ଯୋଗ ‌ଦେଇଥିବାଲେ।