କନ୍ଧମାଳ: ପମ୍ପ ହାଉସ୍ କାନ୍ଥରେ ମାଓପୋଷ୍ଟର

0
52

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ଏକ ପମ୍ପ ହାଉସ୍ କାନ୍ଥରେ ମାଓପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି। ଡିସେମ୍ବର ୧୨ ତାରିଖ ଯାଏ ପ୍ରତିରୋଧ ଦିବସ ପାଳନ ଲାଗି ମାଓବାଦୀଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆଦିବାସୀଙ୍କ ଉପରେ ଆକ୍ରମଣ ବନ୍ଦ କରିବା, ମୋଦି ସରକାରଙ୍କ ମାଓବାଦୀ ଦମନ ଅଭିଯାନ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ଏହା ପୂର୍ବରୁ କିରିକୁଟି ଓ ପାଟାଙ୍ଗୀରେ ବି ମାଓବାଦୀ ପୋଷ୍ଟର ମଧ୍ୟ ଲଗା ଯାଇଥିଲା।