କମିସନରେଟ୍‌ ପୁଲିସର ସ୍ପେସାଲ ଡ୍ରାଇଭ୍‌: ୪୭ ଗିରଫ

0
368
crime 47 arrested

ଭୁବନେଶ୍ୱର: କମିସନରେଟ୍ ପୁଲିସ ପକ୍ଷରୁ ଗତ ୫ ତାରିଖଠାରୁ ୧୧ ତାରିଖ ସପ୍ତାହକ ମଧ୍ୟରେ କରାଯାଇଥିବା ସ୍ପେସାଲ ଡ୍ରାଇଭ୍‌ରେ ପୁଲିସ ୪୭ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେପଟେ ମଧ୍ୟ ୨୨ଟି ବେଆଇନ୍ ନିଶା କାରବାର ସ୍ଥାନରେ ଚଢ଼ଉ କରି ୨୦ ଜଣ ବ୍ୟବସାୟୀ, ଗୋଟିଏ ଜୁଆ ଆଡ଼ାରୁ୧୦ ଜଣ, ଚୋରା ବନ୍ଧୁକ କାରବାର ମାମଲାରେ ଜଣେ, ବେଆଇନ୍‌ ବାଣ ବିକ୍ରି ମାମଲାରେ ୨ଜଣ, ୯ ୱାରେଣ୍ଟି ଓ ୫ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିଛି । ପୁଲିସ ସେମାନଙ୍କଠାରୁ ୮୧ହଜାର ଟଙ୍କା, ଗୋଟିଏ ବନ୍ଧୁକ, ୩ ଗୁଳି ଓ ବାଣ ଜବତ କରିଛି । ଏଥିରେ କଟକ ଓ ଭୁବନେଶ୍ୱର ୧୫ ଟି ସ୍ଥାରେ ବ୍ଲକିଂ ବେଳେ ପୁଲିସ ନିୟମ ଭଙ୍ଗ କରିଥିବା ଚାଳକ ଏବଂ ନିଶାସକ୍ତ ଚାଳକଙ୍କ ଠାରୁ ୮ଲକ୍ଷ ୮୧ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରିଛି।