କାଜୁ ବାଦାମଗଛରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

0
384

ଗଜପତି: ନୂଆଗଡ଼ ବ୍ଲକ୍‌ ପରିମଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲିଆ ଅଞ୍ଚଳରେ ଥିବା କାଜୁ ବାଦାମଗଛରେ ରବିବାର ସକାଳୁ ଏକ ଝୁଲନ୍ତା ଶବ ମିଳିଛି। ଶବଟିର ବେକରେ ଗାମୁଛା ଭିଡ଼ା ହୋଇ କାଜୁଡାଳରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଛନ୍ତି। ଗଳିତ ଶବରୁ ପୋକ ବାହାରୁଛନ୍ତି। ଅଚିହ୍ନା ଯୁବକଟିକୁ କେହି ହତ୍ୟା କରି ଟାଙ୍ଗିଦେଇଥିବା ଅନୁମାନ କରାଯାଉଛି ।