କାନାଡାକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

0
25

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳ ଯାଇଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଶନିବାର ମ୍ୟାଚରେ ଭାରତୀୟ ଖେଳାଳିମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି। ଚଳିତ ବିଶ୍ୱକପ୍‌ର ୨୨ତମ ମ୍ୟାଚରେ ୫-୧ ଗୋଲରେ କାନାଡାକୁ ଭାରତ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମ କ୍ୱାର୍ଟରରେ ପ୍ରଥମ ଗୋଲ ଦେଇଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ କାନାଡା ଏକ ଗୋଲ ଦେଇ ମ୍ୟାଚ ସମାନ ସମାନ ସ୍ତରକୁ ଆଣିଥିଲା। କ୍ରମାଗତ ଭାବେ ଭାରତ୨ଟି ଗୋଲ ଦେଇ ମ୍ୟାଚ ୪-୧ରେ ଆଗକୁ ହୋଇଥିଲା। ଶନିବାର କାନାଡା ବିପକ୍ଷରେ ଭାରତର ଶେଷ ମ୍ୟାଚ ଥିଲା। ଅନ୍ୟପଟେ ଷ୍ଟାଡିୟମ୍‌ରେ ଶନିବାର ଦକ୍ଷିଣ ଆଫ୍ରିକାକୁ ବେଲ୍‌ଜିୟମ ୫-୧ ଗୋଲ୍‌ରେ ପରାସ୍ତ କରିଥିଲା। ପ୍ରଥମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚ୍‌ର ପ୍ରଥମ ଗୋଲ ଦେଇଥିଲେ। ପରେ ସେମାନେ ଦମଦାର ଖେଳ ଖେଳି ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଶେଷରେ ମ୍ୟାଚ୍‌ ୫-୧ରେ ବିଜୟୀ ହୋଇଥିଲା।