କାନାଡା: ଟୋରୋଣ୍ଟୋରେ ଗଛରୁ ଭାରତୀୟ ଛାତ୍ରଙ୍କର ଝୁଲନ୍ତା ଶବ ଉଦ୍ଧାର

0
360
toronto-death

ଟୋରୋଣ୍ଟୋ : କାନାଡର ରାଜଧାନୀ ଟୋରୋଣ୍ଟୋରେ ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କର ଝୁଲନ୍ତା ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କର ପରିଚୟ ମିଳିଛି। ସୂଚନା ଅନୁଯାୟୀ,ସେ ପଞ୍ଜାବ ନଭା ଅଞ୍ଚଳର ବିଶାଲ ଶର୍ମା। ବିଶାଲ କାନାଡାରେ ହୋଟେଲ୍‌ ମ୍ୟାନେ୍ଜମେଣ୍ଟରେ ଶିକ୍ଷା ଗ୍ରହଣ କରୁଥିଲେ । ବିଶାଲଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ଘଟଣାକୁ ନେଇ ଟୋରୋଣ୍ଟୋ ପୁଲିସ ଏବେ ଏହି ଘଟଣାର ଅନୁସନ୍ଧାନ କରୁଛି ।