କାରାଗାରରେ ଅଘଟଣ: ଆଜୀବନ କଏଦୀଙ୍କ ମାଡ଼ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

0
362
prisnor kills prisnor

ବାଲେଶ୍ୱର: ବାଲେଶ୍ୱର କାରାଗାରରେ ଜଣେ ଆଜୀବନ କଏଦୀଙ୍କ ମାଡ଼ରେ ଜଣେ ବିଚାରଧୀନ କଏଦୀଙ୍କର ରବିବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ, ଦଉଡ଼ିଭଙ୍ଗାର ରାମଚନ୍ଦ୍ର ଦାସ (୬୦) ମଦ ବେପାର ଅଭିଯୋଗରେ ନଭେମ୍ବର ୯ ତାରିଖରେ ଗିରଫ ହୋଇ ଜେଲ୍‌ରେ ବିଚାରଧୀନ କଏଦୀ ଭାବେ ରହିଥିଲେ। ସେଠାରେ ଆଜୀବନ କଏଦୀ ଥିବା ଝିଙ୍କିରିଆ ଗ୍ରାମର ଶରତ୍‌ଚନ୍ଦ୍ର ଗିରି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ହଠାତ୍‌ ଗୋଟାଏ ଇଟା ଆଣି ରାମଚନ୍ଦ୍ରଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ଚିକିତ୍ସା କରାଇବାକୁ ଜେଲ୍‌ କର୍ମଚାରୀମାନେ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି।