କାଶିପୁରରେ କ୍ରାଇମବ୍ରାଞ୍ଚ ଟିମ

0
340

ରାୟଗଡା: କାଶିପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣା ତଦନ୍ତ ପାଇଁ କାଶିପୁରରେ ପହଁଚିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଆକ୍ରମଣ ଘଟଣାରେ ତଦନ୍ତ ପାଇଁ ରାୟଗଡା କାଶୀପୁରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି। ୩ ଜଣ ପୁଲିସ ଅଧିକାରୀଙ୍କୁ ନେଇ ଏହି  ଟିମ ଗଠିତ ହୋଇଛି । ଆକ୍ରମଣ ସମୟର ଭିଡିଓକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି । ଆକ୍ରମଣର କାରଣର ବିଭିନ୍ନ  ଦିଗକୁ ତଦନ୍ତ କରାଯିବ । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକ  ୩ ଦିନିଆ ରିମାଣ୍ଡରେ ଅଛନ୍ତି ।