କାଶ୍ମୀର: ଶୋପିଆନ୍‌ରେ ଅପହୃତ ଯୁବକଙ୍କୁ ହତ୍ୟା

0
358

ଶ୍ରୀନଗର: ପୂର୍ବରୁ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ସନ୍ଦିଗ୍ଧ ଆତଙ୍କବାଦୀମାନେ ଅପହରଣ କରି ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ହତ୍ୟା କରିଛନ୍ତି। କିନ୍ତୁ, ଅପହୃତ ଅନ୍ୟ ଦୁଇ ଯୁବକଙ୍କୁ ଅକ୍ଷତ ଅବସ୍ଥାରେ ଛାଡ଼ି ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ,ଆତଙ୍କବାଦୀମାନେ ଶୁକ୍ରବାର ଦିନ ରେବନ ଶୋପିଆନ୍‌ର ବାସିନ୍ଦା ରେୟାଜ୍‌ ଅହମଦ୍‌, ଜାହିଦ ଅହମଦ୍‌ ଏବଂ ବଶରାତ୍‌ ଅହମଦ ନାମକ ତିନି ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ। ପ୍ରଥମ ଦୁଇ ଜଣଙ୍କୁ ଛାଡ଼ି ଦିଆ ଯାଇଥିଲା, କିନ୍ତୁ ପୁଲିସ ପୁଲଓ୍ଵାମା ଅନ୍ତର୍ଗତ ନିକଲୁରା ଗାଁରୁ ବଶରତ ଅହମଦଙ୍କ ଶବ ପାଇଥିଲା ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି। ଡାକ୍ତରୀ ଓ ଆଇନଗତ ଔପଚାରିକତା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବଶରତ ପୂର୍ବରୁ ଜଣେ ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିଲେ। ସମ୍ପୃକ୍ତ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।