କିଟକୁ ବଦନାମ କରିବାପାଇଁ ସାଜିସ ଚାଲିଛି

0
383

ଭୁବନେଶ୍ୱର : ନିକଟରେ କିଟ୍ କ୍ୟାମ୍ପସ ଭିତରେ ଛାତ୍ରମାନଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଘଟିଯାଇଥିବା ଅପ୍ରିତିକର ଘଟଣା ଯଦିଓ ନୁହେଁ, ହେଲେ ଛାତ୍ରଙ୍କ ମଧ୍ୟରେ ମନାନ୍ତରକୁ ନେଇ କେତେକ ଗଣମାଧ୍ୟମ ଏହାକୁ ଅତି ରଞ୍ଜିତ କରି ପରିବେଷଣ କରିଥିଲେ । ଯାହାକୁ ନେଇ ସଂପୃକ୍ତ ଶିକ୍ଷାନୁଷ୍ଠାନ ଉପରେ ଆଞ୍ଚ ଆସିଥିଲା । ପରେ ଏହା ଲୋକଲୋଚନକୁ ଆସିଥିଲା । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ପ୍ରଶାସନ ସଂପୃକ୍ତ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବରଟିର ସତ୍ୟାସତ୍ୟକୁ ନେଇ ଛାନଭିନ୍ ଆରମ୍ଭ କରିଥିଲା । ଘଟଣାର ସତ୍ୟାସତ୍ୟକୁ ଯାଇ ଯଦି ମାନବିକତା ଦୃଷ୍ଟି କୋଣରୁ ଏହାର ପରୀକ୍ଷା ନୀରିକ୍ଷା କରାଯାଏ, ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ, ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ଆମ ସାମ୍ବାଦିକ ବନ୍ଧୁ ଏହି ଖବରଟିକୁ ପରିବେଷଣ କଲାବେଳେ ଥରୁଟିଏ ଚିନ୍ତା କରିଥାନ୍ତେ, ଯଦି ତାଙ୍କ ନିଜ ସଂପର୍କୀୟ ପିଲା କେହି ସଂପୃକ୍ତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ସହିତ ଏହି ଘଟଣାରେ ସଂପୃକ୍ତ ଥାନ୍ତେ, ତେବେ କ’ଣ ସେମାନେ ଏଭଳି ନିରର୍ଥକ ଖବର ପରିବେଷଣ କରିଥାନ୍ତେ । ତେବେ ପିଲାଙ୍କ ଭବିଷ୍ୟତ ପ୍ରତି ଯଦି ଦୃଷ୍ଟି ଦିଆଯାଇଥାନ୍ତା ତେବେ ଏଭଳି ଘଟଣା ଘଟିନଥାନ୍ତା ।