କିଭଳି ଭାବରେ ସମୟକୁ ସଦୁପଯୋଗ କରିବେ,ଜାଣନ୍ତୁ ଏହି ଉପାୟ

0
19
how to manage our time schedule

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଆମକୁ କମ୍‌ ସମୟ ମଧ୍ୟରେ ବହୁତ କାମ କରିବାକୁ ପଡିଥାଏ। ତେବେ କିଭଳି ଭାବରେ ସମୟକୁ ସଦୁପଯୋଗ କରି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ କରାଯାଇପାରିବ ସେ ସମ୍ପର୍କରେ….

*ଟାଇମ୍‌ ମ୍ୟାନେଜମେଣ୍ଟ କରିବାକୁ ହେଲେ ସର୍ବ ପ୍ରଥମେ ମଲ୍ଟି ଟାସ୍କିଙ୍ଗ ହେବା ଜରୁରୀ। ଦୈନନ୍ଦିନ କାର୍ଯ୍ୟ ମଧ୍ୟରେ ଏଭଳି ଅନେକ କାର୍ଯ୍ୟ ଅଛି ଯାହାକୁ ଆମେ ଏକ ସଙ୍ଗେ କରି ସମୟ ବଞ୍ଚେଇ ପାରିବା।

* ପୂର୍ବ ଦିନ ରାତିରୁ ପରଦିନ କରିବାକୁ ଥିବା କାମର ଏକ ସାରଣୀ ପ୍ରସ୍ତୁତ କରି ରଖନ୍ତୁ। ଜରୁରୀ କାର୍ଯ୍ୟଗୁଡିକୁ ସାରଣୀର ପ୍ରଥମରେ ରଖନ୍ତୁ ଏବଂ ତଦନୁଯାୟୀ କାର୍ଯ୍ୟ କରନ୍ତୁ।

* କାମ ଆରମ୍ଭ ଏବଂ ଶେଷ କରିବାର ସମୟ ଧାର୍ଯ୍ୟ କରନ୍ତୁ। ସେହି ସମୟ ଭିତରେ କାମଟିକୁ ଶେଷ କରିବାକୁ ଚେଷ୍ଟା କରନ୍ତୁ।

* ସର୍ବଦା ନିଜ ଘଣ୍ଟାର ସମୟକୁ ୫ ବା ୧୦ ମିନିଟ ଆଗୁଆ ରଖନ୍ତୁ । ଏହାଦ୍ୱାରା ଆପଣ କାର୍ଯ୍ୟଟିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିପାରିବେ ।

* ଆଜିକାଲି ପ୍ରାୟ ସମସ୍ତଙ୍କୁ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବାର ଦେଖାଯାଉଛି। ଯାହାଦ୍ୱାରା ସମୟର ଅପବ୍ୟବହାର ହୋଇଥାଏ। ତେଣୁ ଯେତେ ସମ୍ଭବ ସୋସିଆଲ ମିଡିଆଠାରୁ ଦୂରେଇ ରୁହନ୍ତୁ।

* ସମୟ ଅପଚୟ ହେଉଥିବା କାର୍ଯ୍ୟଗୁଡିକୁ ଚିହ୍ନଟ କରି ତାକୁ ଯଥାସମ୍ଭବ ଶୀଘ୍ର ସାରିବା ପାଇଁ ଚେଷ୍ଟା କରନ୍ତୁ।

* ସବୁଠାରୁ ଜରୁରୀ ହେଉଛି ସକାଳୁ ଶୀଘ୍ର ଉଠନ୍ତୁ ଏବଂ ରାତିରେ ଶୀଘ୍ର ଶୁଅନ୍ତୁ ଫଳରେ ଆପଣଙ୍କୁ କାମ କରିବା ପାଇଁ ଦିନରେ ଅଧିକ ସମୟ ମିଳିପାରିବ।