କୁକୁଡ଼ା ଫାର୍ମରୁ ୨ମହିଳାଙ୍କ ମୃତଦେହ ଉଦ୍ଧାର

0
413
2 woman dead body found

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଅଞ୍ଚଳର ଚନ୍ଦନପୁର ଠାରେ ଥିବା ଏକ କୁକୁଡ଼ା ଫାର୍ମରେ ୨ ଜଣ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସୂଚନା ଅନୁଯାଇ, ଚନ୍ଦନପୁର ଠାରେ ଥିବା ଅରୁଣ ସିଂହଙ୍କ କୁକୁଡ଼ା ଫାର୍ମରେ ସୁନ୍ଦରଗଡ଼ର କୋଇଡ଼ା ଅଞ୍ଚଳର ୫ ଜଣ ଶ୍ରମିକ କାର୍ଯ୍ୟ କରନ୍ତି। ମଙ୍ଗଳବାର ରାତିରେ ସେମାନଙ୍କ ମଧ୍ୟରୁ ବୁଦୁନି ନାୟକ(୫୫) ଓ ବିମଳା ନାୟକ(୫୦) ଖାଦ୍ୟ ଖାଇବା ପରେ ମଦ ପିଇ ଶୋଇଥିଲେ। ତେବେ ବୁଧବାର ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଡ଼ାକିବାରୁ ସେମାନେ ଉଠିନଥିଲେ । ପରେ ସେମାନେଙ୍କର ମୃତ୍ର ଘଟିିଥିବା ଜଣାପଡ଼ିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଶବ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।