କୁଳ ଲଙ୍ଘିଲା ସମୁଦ୍ର

0
439

ସମୁଦ୍ର ଜୁଆର ମାଡ଼ରେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଅବକ୍ଷୟ ହେବା ରେ ଲାଗିଛି l ଜଳସମ୍ପଦ ବିଭାଗରେ ଏକ ଟିମ ଆସି ପରିଦର୍ଶନ କରିଛନ୍ତି | ପୁରୀ ଚୈତନ୍ୟ ଛକରୁ ସ୍ୱର୍ଗ ଦ୍ୱାର ବେଳାଭୂମି ମଧ୍ୟ ରେ ଅବକ୍ଷୟ ଘଟିଛି | ଜଳ ସମ୍ପଦ ବିଭାଗର ପରମର୍ଶଦାତା ସତ୍ରୁଘନ ଦାସଙ୍କ ନେତୃତ୍ୱରେ ଏକ ଟିମ ଆସି ଅବକ୍ଷରେ ଅନୁଧ୍ୟାନ କରିଥିଲେ | ଢେଉର ଊଂଚତା ଅଧିକଥିବାରୁ ବେଳାଭୂମି କ୍ଷୟହେଉଥିବା କଥା ସେ କହିଛନ୍ତି | ଆସନ୍ତା ୨୯ରେ ଓସେନୋଗ୍ରାଫିର ଏକ ଟିମ ଆସି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି | ସମୁଦ୍ରର ସ୍ଥଳଭାଗ ର ପ୍ରାୟ ୩୦ଫୁଟ ଭିତରକୁ କୁଳ ଲଙ୍ଘିବ ବୋଲି କୁହାଯାଇଛି | ଏନେଇ ଜଳସମ୍ପଦ ବିଭାଗ ପର୍ଯ୍ୟଟକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି |