କେଠାଘରର ମୂଳଦୂଆ ଖୋଳା ବେଳେ ବାହାରିଲା ୨୩୦ଟି ମଣିଷ କଙ୍କାଳ

0
349

କଲୋମ୍ବୋ: ଶ୍ରୀଲଙ୍କା ମାନ୍ନାର ସହରରେ ଏକ କୋଠାଘର ନିର୍ମାଣ ପାଇଁ ମୂଳଦୂଆ ଖୋଳା ସମୟରେ ମିଳିଛି ବୃହତ୍‌ କବରଖାନାର ସନ୍ଧାନ। ଏଥିରୁ ଇତିମଧ୍ୟରେ ୨୩୦ଟି ମଣିଷ କଙ୍କାଳ ବାହାରିଥିବା କୁହାଯାଉଛି। ଏହି କେଠାଘରର ମୂଳଦୂଆ କାର୍ଯ୍ୟ ଗତ ଅଗଷ୍ଟରେ ଆରମ୍ଭ ହୋଇଥିଲା। ତେବେ ଏଠାରୁ କଙ୍କାଳ ମିଳିବା ପରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଖବର ଦିଆଯାଇଥିଲା। କଙ୍କାଳ ଗୁଡ଼ିକ କାହାର ଏବଂ ସେମାନଙ୍କର ମୃତ୍ୟୁ କିଭଳି ଘଟିଛି ସେ ନେଇ ଆରମ୍ଭ ହୋଇଛି ପରୀକ୍ଷା ନୀରୀକ୍ଷା।