କେନ୍ଦୁଝର: କଲରାପତରିଆ ବାଘଛୁଆ ଉଦ୍ଧାର

0
375
leopard pub resued

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ବୁଢ଼ୀପଦା ଗାଁ ନିକଟସ୍ଥ ଜଙ୍ଗଲ ପାଖରୁ ଏକ କଲରାପତରିଆ ବାଘ ଛୁଆକୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ବୁଢ଼ିପଦା ଗାଁ ନିକଟ ଜଙ୍ଗଲରୁ ବାହାରି ଆସି ଏହି ୪ ମାସର କଲରାପତରିଆ ବାଘ ଛୁଆଟି ଗାଁ ଭିତରକୁ ଚାଲି ଆସିଥିଲା। ଫଳରେ ଏହାକୁ ଦେଖି ଗାଁର ବୁଲା କୁକୁୁର ଗୋଡ଼ାଇବାରୁ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଏହି ଶାବକଟିକୁ କୁକୁର କବଳରୁ ରକ୍ଷା କରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ଶାବକଟିକୁ ନେଇ ହରିଚନ୍ଦନପୁର ଯାଇଛନ୍ତି।