କେନ୍ଦ୍ରମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ: ଭିଡିଓ ଭାଇରାଲ

0
164

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ମୁଖ୍ୟ ରାମଦାସ ଅଠଓ୍ବାଲେଙ୍କୁ ଜଣେ ଯୁବକ ଏକ ଶକ୍ତ ଚାପୁଡା ମାରିଛି। ସୂଚନା ଅନୁଯାଇ, ମୁମ୍ବାଇର ସଟେଠାଣେ ଅମ୍ବରନାଥ ନଗରପାଳିକା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଠଓ୍ବାଲେ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ଯୁବକ ସର୍ବସମ୍ମୁଖରେ ତାଙ୍କୁ ଚାପୁଡା ମାରିଥିଲା। ସଙ୍ଗେସଙ୍ଗେ ଅଠାଓ୍ବାବଲେଙ୍କ ସମର୍ଥକ ଉକ୍ତ ଯୁବକଙ୍କୁ କାବୁ କରିନେବା ସହ ତାଙ୍କୁ ଖୁବ୍‌ ମାଡ ମାରିଥିଲେ। ପ୍ରବିନ ଗୋସାଭି ନାମକ ଏହି ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ଅଠାଓ୍ବାବଲେଙ୍କ ଦଳର ଜଣେ ସଦସ୍ୟ ବୋଲି ଜଣାପଡିଛି । ହେଲେ ମାଡପିଟ ପରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ମନ୍ତ୍ରୀଙ୍କୁ ମାଡ ମାରିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି।