କେରଳରେ ୪ର୍ଥ ଵିଵାନ ବନ୍ଦର ଉଦ୍‌ଘାଟନ

0
18

କୁନୁର: କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ରବିବାର କୁନୁର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଦ୍‌ଘାଟନ କରିଛନ୍ତି। ଏହାକୁ ମିଶାଇଲେ କେରଳରେ ସମୁଦାୟ ୪ଟି ବିମାନ ବନ୍ଦର ହେଲା। ଏହି ବିମାନ ବନ୍ଦରଟିକୁ କରିବା ପାଇଁ ୨୦୦ ଏକର ଜମି ଓ ୧,୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ନୂଆ ବିମାନ ବନ୍ଦରରେ ଏକକାଳୀନ ୨ ହଜାର ଯାତ୍ରୀ ଏକାଠି ହୋଇ ପାରିବେ ବୋଲି ସୂଚନା ରହିଛି। ବର୍ଷକୁ ପ୍ରାୟ ୧.୫ ମିଲୟନ୍‌ ଅନ୍ତର୍ଜାତୀୟ ଯାତ୍ରୀ ଯାତାୟତ କରିବେ।