କୋଣାର୍କ ‌ମହୋତ୍ସବକୁ ଉଦ୍‌ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା

0
403

କୋଣାର୍କ: ପାରମ୍ପରିକ ନୃତ୍ୟ ଉତ୍ସବ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଏହାକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍‌ଘାଟନ କରିଥିଲେ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ନୃତ୍ୟୋତ୍ସବ କାଲି ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ ଭାରତନାଟ୍ୟମ୍‌ରେ ଶେଷ ହୋଇଥିଲା। ଶତାଧିକ ବିଦେଶୀ ପର୍ଯ୍ୟଟକ କାଲି ସେହି ଆନ୍ତର୍ଜାତୀୟ ନୃ୍ତ୍ୟ ମହୋତ୍ସବର ମଜା ଉଠାଇଥିଲେ।