କେ. ଟି. ରାମା ରାଓଙ୍କ ରାଲିରେ ହାଇଡ୍ରୋଜେନ ବେଲୁନ୍‌ ଫାଟି ୬ ପୋଡ଼ିଗଲେ

0
360
six-persons-burn-as-hydrogen-balloon-blasts-at-k-t-rama-rao-rally

ହାଇଦ୍ରାବାଦ: ଗୁରୁବାର ଉପ୍ପଲ ଠାରେ କେ. ଟି. ରାମା ରାଓଙ୍କ ରୋଡ୍‌ ସୋ ଆରମ୍ଭ ହେବାର କେଇ ମିନିଟ୍‌ ଆଗରୁ ଜନଗହଳି ମଧ୍ୟରେ ଟିଆର୍‌ଏସ୍‌ କର୍ମୀମାନେ ଆଣିଥିବା ଉଦ୍‌ଜାନଭରା ବେଲୁନ୍‌ ଫାଟି ଯିବାରୁ ୬ ଜଣ ଲୋକ ପୋଡ଼ି ଯାଇଛନ୍ତି।
ଚିକିତ୍ସା ନିମନ୍ତେ ସେମାନଙ୍କୁ ତୁରନ୍ତ ନିକଟବର୍ତ୍ତୀ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ରଚକୋଣ୍ଡା ଥାନା ଅଧିକାରୀ କହିଛନ୍ତି। ଉଦ୍‌ଜାନ ବା ହାଇଡ୍ରୋଜେନ୍‌ ଦହନଶାଳୀ ହୋଇଥିବାରୁ ଏଭଳି ବେଲୁନ୍‌ରେ ବ୍ୟବହାର କରିବା ବିପଜ୍ଜନକ। ବେଲୁନ୍‌ରେ ହିଲିୟମ୍‌ ଗ୍ୟାସ୍‌ ବ୍ୟବହାର କରାଯିବା କଥା। ରାମା ରାଓଙ୍କ ରୋଡ୍‌ ସୋ’ ଦେଖିବା ନିମନ୍ତେ ଉପ୍ପଲ୍‌ ମେଟ୍ରୋ ରେଳ ଷ୍ଟେସନ୍‌ ଠାରେ ଶହ ଶହ ଟିଆର୍‌ଏସ୍‌ କର୍ମୀ ସମବେତ ହୋଇଥିବା ବେଳେ ଦୁର୍ଘଟଣା ଘଟିଥିଲା । ସେମାନେ ହିଲିୟମ୍‌ ବାସ୍ପ ଭରା ଶହ ଶହ ଗୋଲାପୀ ବେଲୁନ୍‌ ଓ ଦଳର ପତାକା ଧରି ମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ। ସୂଚନା ଯୋଗ୍ୟ ,ଅପରାହ୍ଣ ୩:୫୮ରେ ରଘୁପତି ରେଡ୍ଡୀ ନାମକ ଜଣେ ଦଳୀୟ କର୍ମୀ ଆକାଶକୁ କେତୋଟି ବେଲୁନ୍‌ ଛାଡ଼ିଥିଲେ। ସେସବୁ ଫାଟି ଯାଇ ନିମିଷକ ପାଇଁ ଅଗ୍ନି ପିଣ୍ଡୁଳା ପାଲଟି ଯାଇଛି ।