କୋରାପୁଟ: ତହସିଲଦାରଙ୍କ ଘରୁ ୨୫ ଲକ୍ଷ ଟଙ୍କାର ସୁନା ଓ ବହୁ ସାମଗ୍ରୀ ଚୋରି

0
397

ରାୟଗଡା: ରାୟଗଡା ସହରରେ ଘଟିଛି ବଡ ଧରଣର ଲୁଟ। ଅଶୋକ ନଗରରେ ରହୁଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ମଧୁମିତା କରଙ୍କ ଘରୁ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ବହୁ ସାମଗ୍ରୀ ଚୋରି ହୋଇଛି । ଗତ ୧୧ ଦିନ ଧରି ଘରେ କେହି ନଥିଲେ ବୋଲି ସେ କହିଛନ୍ତି। ଏହାର ସୁଯୋଗ ନେଇ ଚୋରି ହୋଇଛି । ଘଟଣା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି।