କ୍ୱାର୍ଟରରେ ଜର୍ମାନୀ:ଆଜିଠୁ କ୍ରସଓଭର ମ୍ୟାଚ

0
64

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ଲିଗ୍ ପର୍ଯ୍ୟାୟ ରବିବାର ଶେଷ ହୋଇଛି । ଏଥିରେ ୪ଟି ଦଳ ବିଦାୟ ନେଇଥିବା ବେଳେ ୪ଟି ଦଳ ସିଧାସଳଖ କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟ ୮ଟି ଦଳ ସୋମବାରଠାରୁ କ୍ରସ ଓଭର ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି । ରବିବାର ପୁଲ ଡିର ଅନ୍ତିମ ୨ଟି ଲିଗ୍ ମ୍ୟାଚ ଖେଳାଯାଇଥିଲା । ସେଥିରେ ଜର୍ମାନୀ ଓ ହଲାଣ୍ଡ ବିଜୟୀ ହୋଇଥିଲେ । ପ୍ରଥମ ମ୍ୟାଚରେ ଜର୍ମାନୀ ୫-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି । ୨ୟ ମ୍ୟାଚରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛଇ ହଲାଣ୍ଡ । ପୁଲ ଡିର ୩ଟି ଯାକ ମ୍ୟାଚ ଜିତି ସର୍ବାଧିକ ୯ ପଏଣ୍ଟ ପାଇ ଜର୍ମାନୀ ପୁଲ ଶୀର୍ଷରେ ରହିବା ସହ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ।