ଖୁବ୍‌ ଶୀଘ୍ର ଭାରତରେ ସୁନା, ରୁପା ତିଆରି ଗୀତା

0
378

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତକୁ ସୁନା, ରୁପା, ପ୍ଲାଟିନମ୍‌ରେ ତିଆରି ଗୀତା ଆସିବ। ଇଟାଲୀର ମିଲାନରୁ ସମୁଦ୍ର ପଥ ଦେଇ ଏହା ଭାରତରେ ପହଞ୍ଚିବ। ଏହାକୁ ଇସ୍କନ ପକ୍ଷରୁ ନିର୍ମାଣ କରାଯାଇଛି। ଏହାର ଓଜନ ୮ଶହ କିଗ୍ରା ରହିଛି। ଏହା ଡିସେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍କନ ମନ୍ଦିରରେ ଏହାର ଲୋକର୍ପଣ କରିବେ। ଏହାକୁ ତିଆରି କରିବାରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନଭେମ୍ବର ୧୧ରେ ଏହାକୁ ମିଲାନରେ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ୬୭୦ ପୃଷ୍ଠା ରହିଛି। ଏହାର ଲମ୍ବ ୨.୮୪ ମିଟର ଏବଂ ଚଉଡ଼ା ୨ ମିଟର ରହିଛି।