ଗଛ କଟାକୁ ନେଇ ଗାଁରେ ଚାପା ଉତ୍ତେଜନା

0
350

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିୟର ଫ୍ୟାକ୍ଟ୍ରି ପାଇଁ ଶନିବାର ଝିଙ୍କରଡ଼ିହି ଜଙ୍ଗଲରେ ଗଛ କଟା ହେଉଥିବାରୁ ଗାଁରେ ଚାପ ଉତ୍ତେଜନା ପ୍ରକାଶ ପାଇଛି। ଗଛ କଟାକୁ ବିରୋଧ କରି ପୁଲିସ ଓ ସାଧାରଣ ଲୋକେ ହାତାହାତି ହୋଇଛନ୍ତି। ପୁଲିସକୁ ଠେଙ୍ଗା ବାଡ଼ି ଦେଖାଇ ଲୋକେ ଗଛ କଟାକୁ ବିରୋଧ କରୁଛନ୍ତି। ସକାଳେ ପୁଲିସ ଛାଉଣୀ କରି ଗଛ କଟିଥିଲା ପୁଲିସ। ଘଟଣା ସ୍ଥଳରେ ଏବେ ବି ଉତ୍ତେଜନା ଲାଗିରହିଛି। ସେପଟେ ୨୦ ଜଣକୁ ପୁଲିସ ଅଟକ ରଖିଛି। ଝିଙ୍କରଡ଼ିହି ଫ୍ୟାକ୍ଟ୍ରି ନିର୍ମାଣକୁ ବଳରାମପୁର ଗାଁ ଲୋକେ ବିରୋଧ କରି ଆସୁଛନ୍ତି। କାରଖାନା ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ପୂର୍ବରୁ ବଳରାମପୁର ଗାଁ ଲୋକେ ଆନ୍ଦୋଳନ ବି କରିଛନ୍ତି। କିଛିଦିନ ପୂର୍ଵରୁ ମଧ୍ୟ ଗାଁର ମହିଳାମାନେ ଏହି ଫ୍ୟାକ୍ଟ୍ରି ନିର୍ମାଣକୁ ବିରୋଧ କରିଥିଲେ। ଏଥିସହ ଜଙ୍ଗଲ ସଫା କରାଯାଉଥିବାରୁ ଏହାକୁ ବିରୋଧ କରି ମହିଳାମାନେ ଗଛଗୁଡିକୁ ଜାବୁଡି ଧରି ଆନ୍ଦୋଳନ କରିଥିଲେ।