ଗୁଳି କରି ୭ ଲକ୍ଷ ଟଙ୍କା ଲୁଟ୍‌

0
402

ଜଗତସିଂହପୁର : ପାରାଦୀପ ଇଫକୋ ଛକରେ କିଛି ଦୁର୍ବୃତ୍ତ ଗୁଳି କରି ୭ ଲକ୍ଷ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଲାଗି ଟଙ୍କା ନେଇ ଯାଉଥିବା ଏକ ଘରୋଇ କମ୍ପାନୀ ଗାଡ଼ି ଉପରକୁ ଗୁଳି କରି ଦୁର୍ବୃତ୍ତମାନେ ଟଙ୍କା ଲୁଟିଥିବା କୁହାଯାଉଛି। ଗାଡ଼ିରେ ୩ ଜଣ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଅନ୍ୟପଟେ, ବାଇକ୍‌ରେ ଆସିଥିବା ୩ ଦୁର୍ବୃତ୍ତ ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।