ଗ୍ବାଲିୟରରୁ ୧୨ ଶାଗୁଣା ନନ୍ଦନକାନନ ଆସିଲେ

0
379

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଙ୍ଗଳବାର ରାତି ୧୦ଘଟିକା ସମୟରେ ଗ୍ବାଲିୟର ଚିଡିଆ ଖାନାରୁ ୧୨ଟି ଲଙ୍ଗବିଲଡ ପ୍ରଜାତିର ଶାଗୁଣା ନନ୍ଦନକାନନ ଆସିଛନ୍ତି। ଶାଗୁଣା ଗୁଡିକୁ ରାଜ୍ୟ ଉଦ୍ଭିଦ ଉଦ୍ଦ୍ୟାନରେ ନୂଆ କରି ହୋଇଥିବା ଭଲଚର କଞରଭେସନ ବ୍ରିଡିଂ କେନ୍ଦ୍ରରେ ଛଡା ଯାଇଛି। ସୂଚନା ଅନୁଯାୟୀ, ଏମାନଙ୍କ ସ୍ୱାସ୍ଥ ଭଲଅଛି । ସେଥିମଧ୍ୟରେ ୬ ମାଈ ଥିବା ବେଳେ ୬ ଅଣ୍ଡିରା ରହିଛନ୍ତି।