ଘାଟିରେ ଖସିଲା ବସ୍‌: ୧୧ ମୃତ

0
401

ପୁଞ୍ଚ: ଶନିବାର ସକାଳ ୯.୧୫ ସମୟରେ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି। ୧୯ ଜଣ ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଥିବା ଜଣା ପଡିଛି । ସୂଚନା ଅନୁଯାୟୀ, ପୁଞ୍ଚ ଜିଲ୍ଲାର ଲୋରାନ୍‌ଠାରୁ ପୁଞ୍ଚ ଆଡ଼କୁ ଯାତ୍ରୀବାହୀ ବସ୍‌ ଯାଉଥିବାବେଳେ ହଟାତ ଭାରସାମ୍ୟ ହରାଇ ଏକ ଗଭୀର ଘାଟି ତଳକୁ ଖସିପଡ଼ିଥିଲା।