ଚାଷୀ ଆତ୍ମହତ୍ୟା

0
369

କୋରପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଲୁକୁନାଥ ପାଙ୍ଗି(୫୭)। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଲୁକୁନାଥ ନିଜ ଜମି ନିକଟକୁ ଯାଇଥିଲେ। ସେଠାରେ ଉଜୁଡ଼ା ଫସଲକୁ ଦେଖି ସେ କୀଟନାଶକ ଔଷଧ ପିଇ ଦେଇଥିଲେ। ଏହାପରେ ସେ ଘରକୁ ଆସି କୀଟନାଶକ ପିଇ ଦେଇଥିବା କଥା ସ୍ତ୍ରୀ ପଦ୍ମିତାଙ୍କୁ ପାଙ୍ଗିକୁ କହିଥିଲେ। ଏହାଶୁଣି ତାଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅତ୍ୟଧିକ ଋଣଭାର, ଚାଷରେ କ୍ଷତି ଓ ପରିବାର ଚଳାଇବାରେ ଅସୁବିଧା ହେଉଥିବାରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।