ଚିଙ୍ଗୁଡି ଘେରିରୁ ପାଣି ପଶି ୧୦୦ଏକର ଜମି ନଷ୍ଟ

0
370

ଜଗତସିଂହପୁର: ଏରସମା ତହସିଲର ନାରଦିଆ ରେଭିନ୍ୟୁ ସର୍କଲ ଅନ୍ତର୍ଗତ ଗୋବିନ୍ଦପୁର ମୈାଜାର ପାଖାପାଖି ୧୦୦ଏକର ଜମିରେ ଲୁଣାପାଣି ମାଡ଼ି ଯାଇଛି। ସୂଚନା ଅନୁଯାଇ, ସାଇଁଳିଆ ନଦୀ ନିକଟରେ କେତେକ ବ୍ୟକ୍ତି ଗତବର୍ଷ ଓ ଚଳିତବର୍ଷ ଚିଙ୍ଗୁଡି ଘେରି କରି ଚିଙ୍ଗୁଡ଼ି ଚାଷ କରୁଛନ୍ତି। ସେମାନେ ବିଳମ୍ବିତ ରାତିରେ ଉକ୍ତ ଘେରିରୁ ଲୁଣାପାଣିକୁ ପମ୍ପ ସାହାଯ୍ୟରେ ଧାନ କିଆରିକୁ ଛାଡି ‌ଦେବା ଯୋଗୁଁ ଧାନଗଛଗୁଡ଼ିକ କେଣ୍ଡା କାଢି ପାରି ନଥିଲା। ଏ ସମ୍ବନ୍ଧରେ ଘେରି ମାଲିକଙ୍କୁ ପଚାରିବାରୁ ସେ ଧାନଚାଷୀମାନଙ୍କୁ ନାଲି ଆଖି ଦେଖେଇଥିବା ଅଭିଯୋଗ ହୋଇଛି। ଆଜି ଧାନ କାଟିବା ପାଇଁ ଚାଷୀମାନେ ଧାନ କିଆରୀ ପହଞ୍ଚିବାବେଳକୁ ଧାନଗଛର ଅବସ୍ଥା ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ଚାଷୀ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ତଥା ଚିଙ୍ଗୁଡ଼ି ଘେରି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା କରାନଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।