ଚିଲିକାରୁ ପକ୍ଷୀ ଶିକାର କରି ଜଣେ ଗିରଫ

0
391

ଖୋର୍ଦ୍ଧା: ଚିଲିକାରେ ଚାଲିଛି ବିଦେଶୀ ପକ୍ଷୀ ଶିକାର । ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଦେଇପାରୁନି ବନ୍ୟପ୍ରାଣୀ ବିଭାଗ । ବାରମ୍ବାର ହେଉଛି ବିଦେଶୀ ପକ୍ଷୀ ଶିକାର । ରବିବାର ମଧ୍ୟ ଚିଲିକା କୂଳ ଅଭିମାନପୁର ରିଂଗ୍ ବନ୍ଧ ନିକଟରୁ ଜଣେ ପକ୍ଷୀ ଶିକାରୀକୁ ଗିରଫ କରିବା ସହ ୨ ଟି ମୃତ ବିଦେଶୀ ପକ୍ଷୀ ସହ ଏକ ବାଇକ୍ କୁ ଜବତ କରିଛି ଟାଙ୍ଗି ବନ୍ୟ ପ୍ରାଣୀ ବିଭାଗ । ଗିରଫ ଶିକାରୀ ଜଣକ ସ୍ଥାନୀୟ ଗ୍ରାମର ଆଲୋକ ପ୍ରଧାନ। ଶିକାରୀ ଜଣକ ବିଦେଶୀ ପକ୍ଷୀ ଶିକାର ପରେ ତାହାକୁ ବିକ୍ରୀ କରିବାପାଇଁ ବାଇକ୍ ଯୋଗେ ନେଉଥିବା ବେଳେ ଧରାପଡିଛନ୍ତି ।