ଚିଲିକାରେ ବିସ୍ଫୋରଣ, ୪ ଗୁରୁତର

0
295
explosion near chilika

ବ୍ରହ୍ମଗିରି: ଚିଲିକା କୂଳରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ମାନେ ହେଲେ ଅରଖକୁଦା ଭାଗବତ ସାହିର ଅଭିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା। ସମସ୍ତ ଗୁରୁତରମାନେ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। ଏ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଏହି ବିସ୍ଫୋରଣକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି।