ଚୀନରେ ବାୟୁ ପ୍ରଦୂଷଣରେ ୭୯ ସହରକୁ ଆଲର୍ଟ ଜାରି

0
397

ସାଙ୍ଘାଇ: ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତମାନ ଚୀନର ପ୍ରାୟ ବଡ ବଡ ସହର ସ୍ମଗ କବଳରେ ପଡିଛି । ଏହି ବାୟୁ ପ୍ରଦୂଷଣକୁ ଦେଖି ୭୯ ସହରରେ ଆଲର୍ଟ ଜାରି କରାଯାଇଛି । ରାଜଧାନୀ ବେଜିଂରେ ୨୩ ନଭେମ୍ବରରେ ଆଲର୍ଟ ଜାରି ହୋଇଥିଲା। ୩୦ ନଭେମ୍ବରରେ ୫ଟି ସହରରେ ପ୍ରଦୂଷଣକୁ ନେଇ ରେଡ୍ ଆଲର୍ଟ, ୭୩ ସହରରେ ଅରେଞ୍ଜ ଆଲର୍ଟ ଓ ଗୋଟିଏରେ ୟେଲୋ ଆଲର୍ଟ ଜାରି ହୋଇଥିଲା।